ମୁଖ୍ୟମନ୍ତ୍ରୀଙ୍କର କର କମଳରେ ଲୋକାର୍ପିତ ହେଲା ପରିକ୍ରମା ପ୍ରକଳ୍ପ ଯଜ୍ଞର ପୂର୍ଣ୍ଣାହୁତି ଦେଲେ ଗଜପତି

ପୁରୀ,୧୭/୦୧/(ଆ.ପ୍ର) :ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛ । ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ୫ ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ, ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ନିମନ୍ତ୍ରିତ ଅତିଥି, ବିଭିନ୍ନ ମନ୍ଦିରରୁ ଆସିଥିବା କର୍ମକର୍ତ୍ତା, ସାଧୁସନ୍ଥ ଓ ମଠାଧୀଶମାନଙ୍କ ଗହଣରେ ପରିକ୍ରମାମାର୍ଗ ପ୍ରଦକ୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖ ଭାଗରେ ସଂକୀର୍ତ୍ତନ ଦଳର ଭଜନ କୀର୍ତ୍ତନ ସାଙ୍ଗକୁ ପୁରୀର ପରାମ୍ପରିକ ସମରକଳା ପ୍ରଦର୍ଶନ ସୃଷ୍ଟି କରିଥିଲା ବର୍ଣ୍ଣାଢ୍ୟ ପରିବେଶ ।

Hyphen Publication
Nayabazar, Balasore
Odisha, 756001
C-7/A Ganeswarpur Industrial Estate
Balasore, Odisha, 756019
Email: seithuarambha@gmail.com
Land: 06782-266998
Mobile: 9438600886, 9438601002

Social Links

Seithoarambha